Tuesday, April 5, 2022
Homeसेहतଗ୍ରୀନ ଟି' ପରେ ବଢୁଛି ବ୍ଲୁ ଟି'ର ଚାହିଦା, ପଛରେ ପଡ଼ିଛି ବ୍ଲାକ୍! ଜାଣନ୍ତୁ କାରଣ

ଗ୍ରୀନ ଟି’ ପରେ ବଢୁଛି ବ୍ଲୁ ଟି’ର ଚାହିଦା, ପଛରେ ପଡ଼ିଛି ବ୍ଲାକ୍! ଜାଣନ୍ତୁ କାରଣ


ବଜାରରେ ଭଳିକିଭଳି ଚା’ ମିଳୁଛି । କେଉଁ ଚା’ର ସ୍ୱାଦ ଲୋକଙ୍କୁ ଆକର୍ଷଣ କରୁଥିବାବେଳେ ଆଉ ସ୍ୱାସ୍ଥ୍ୟଗତ ଉପକାରିତା ଯୋଗୁ କେଉଁ ଚା’ର ଚାହିଦା ବଢୁଛି । ଆପଣ ନିଶ୍ଚିତ ଭାବରେ ମସାଲା ଚା, ବ୍ଲାକ ଟି’ ଓ ଗ୍ରୀନ ଟି’ର ନାମ ଶୁଣିଥିବେ। ଏବେ ଚା ତାଲିକାରେ ବ୍ଲୁ ଟି’ର ନାମ ଯୋଡି ହୋଇଛି । ଅନ୍ୟ ସମସ୍ତ ଚା’ଠାରୁ ବ୍ଲୁ ଟି’ର ସ୍ୱାଦ ଭଲ ରହିବା ସହ ଏହାର ଗୁଣ ସମସ୍ତଙ୍କୁ ଆକର୍ଷିତ କରୁଛି । ସ୍ୱାସ୍ଥ୍ୟ ଉପକାରିତା ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି’ ଏବେ ଆଗରେ ରହିଛି । ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା’ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ଭରି ରହିଛି ଯାହା ବହୁ ପ୍ରକାର ଶାରୀରିକ ଯନ୍ତ୍ରଣାକୁ ଦୂର କରିପାରୁଛି ।

ବ୍ଲୁ ଟି’ର ଉପକାରିତା

  • ମାଇଗ୍ରେନ୍‌ ସହ ଅନେକ ସମସ୍ୟାକୁ ଦୂର କରୁଥିବା ବ୍ଲୁ ଟି’ ଅପରାଜିତା ଫୁଲରୁ ତିଆରି ହୋଇଥାଏ । ତେଣୁ ଏହାର ରଙ୍ଗ ନୀଳ ବର୍ଣ୍ଣ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ, ଅପରାଜିତା ଫୁଲରେ ଅନେକ ଔଷଧୀୟ ଗୁଣ ରହିଛି । ବ୍ଲୁ ଟି’ ପିଇବା ଦ୍ୱାରା ବହୁ ସ୍ୱାସ୍ଥ୍ୟ ଉପକାରିତା ମିଳୁଛି ।
  • ଗ୍ରୀନ୍ ଟି ଅପେକ୍ଷା ବ୍ଲୁ ଟି’ରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
  • ବ୍ଲୁ ଟି’ରେ ପଲିଫେନୋଲ ଉପାଦାନ ରହିଥିବାରୁ ଏହା ଓଜନ ହ୍ରାସରେ ସାହାଯ୍ୟ କରେ ।
  • ଟାଇପ୍- ୧ ଡାଇବେଟିସ୍ ରୋଗୀଙ୍କ ପାଇଁ ବ୍ଲୁ ଟି ମଧ୍ୟ ଏକ ଭଲ ଔଷଧ ।
  • ପ୍ରତିଦିନ ବ୍ଲୁ ଟି ପିଇବା ଦ୍ୱାରା କର୍କଟ ରୋଗରେ ଉପଷମ ମିଳିଥାଏ ।
  • ମାଇଗ୍ରେନ୍‌ ରୋଗୀଙ୍କ ପାଇଁ ମଧ୍ୟ ବ୍ଲୁ ଟି ପିଇବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଏହାଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିବା ସହ ଯନ୍ତ୍ରଣାରୁ ଉପଷମ ମିଳିଥାଏ ।

Also Read: ମଦ୍ୟପାନ କରୁଥିଲେ ସାବଧାନ! ଧରାପଡିଲେ ତଣ୍ଡ ଓ ଦଣ୍ଡ, ସରକାର ଆଣିଲେ କଠୋର ନିୟମ

କିପରି ପ୍ରସ୍ତୁତ କରିବେ ବ୍ଲୁ ଟି?

  • ପ୍ରଥମେ ଗରମ ପାଣିରେ କିଛି ସମୟ ପାଇଁ ଅପରାଜିତା ଫୁଲକୁ ବୁଡ଼ାଇ ରଖନ୍ତୁ ।
  • ୧୦ରୁ ୧୫ ମିନିଟ ବୁଡ଼ାଇ ରଖିବା ପରେ ପାଣି ଛାଣି ନିଅନ୍ତୁ ।
  • ଆପଣଙ୍କ ପସନ୍ଦ ଅନୁସାରେ ସ୍ୱାଦ ପାଇଁ ଲେମ୍ବୁ କିମ୍ବା ମହୁ ମିଶାନ୍ତୁ ।

ଅନ୍ୟ ସମସ୍ତ ଚା’କୁ ଖାଲି ପେଟରେ ପିଇବାକୁ ବାରଣ କରାଯାଉଥିବାବେଳେ ବ୍ଲୁ ଟି’କୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ସାଧାରଣ ଚା ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହିତ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । କେବଳ ସେତିକି ନୁହେଁ, ଏହି ଅଭ୍ୟାସ ଆପଣଙ୍କ ମେଟାବୋଲିଜିମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । କିନ୍ତୁ ନିୟମିତ ବ୍ଲୁ ଟି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥାଏ ।

 

 

 

 

 

 

 

 





Source link

  • Tags
  • aprajita flower tea
  • benefit of blue tea
  • blue tea
  • Blue Tea Benefits
  • butterfly tea
  • health benefits
  • herbal tea herbal tea for weight loss
  • memory booster
  • neeli chai
  • Weight Loss
RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular