ନୂଆଦିଲ୍ଲୀ: ଛୋଟ ବେଳୁ ଆମେ ଜାଣିଛୁ ଯେ, କ୍ଷୀର ପିଇଲେ ଆମ ଶରୀରକୁ ଅନେକ ଲାଭ ମିଳିଥାଏ। କ୍ଷୀରରେ କ୍ୟାଲସିୟମ୍, ଭିଟାମିନ୍-A ଏବଂ B12 ସହ Thiamine, Nicotinic Acid ଭଳି Nutrients ରହିଥାଏ, ଏଥିପାଇଁ ଏହାକୁ କମ୍ପ୍ଲିଟ୍ ଫୁଡ୍ କୁହାଯାଇଥାଏ। କ୍ଷୀର ପିଇଲେ କୋଷ୍ଠକାଠିନ୍ୟ (Constipation), ଚାପ (Tension), ଅନିଦ୍ରା (Insomnia), ଥକ୍କା ଏବଂ ଦୁର୍ବଳତା weakness) ଭଳି ସମସ୍ୟା ଦୂର ହୋଇଥାଏ। କେବଳ ଏତିକି ନୁହେଁ, କ୍ଷୀରରେ ଥିବା କ୍ୟାଲସିୟମ୍ ଦାନ୍ତ ଆଉ ହାଡ଼କୁ ଅଧିକ ମଜବୁତ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି, କ୍ଷୀର ସମସ୍ତଙ୍କ ପାଇଁ ଉପଯୋଗ ରହିନଥାଏ। କିଛି ଲୋକଙ୍କୁ ପ୍ରତି ଦୁଗ୍ଧ ସେବନ କଲେ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା କେଉଁମାନେ କ୍ଷୀର ପିଇବା ଠାରୁ ଦୂରରେ ରହିବା ଆବଶ୍ୟକ।
ଏମାନେ କ୍ଷୀରଠାରୁ ଦୂରରେ ରୁହନ୍ତୁ-
ଯେଉଁ ଲୋକଙ୍କୁ ଜଣ୍ଡିସ (Jaundice), ଡାଇରିଆ (Diarrhea), ଡିସେଣ୍ଟେରି (Dysentery) ଭଳି ସମସ୍ୟା ଅଛି କିମ୍ବା ଏଭଳି କୋଣସି ପ୍ରକାର ସମସ୍ୟା ଯେଉଁଥିରେ ଗଣ୍ଠି ଫୁଲା ରହୁଛି, ସେମାନେ କ୍ଷୀର ସେବନ ଠାରୁ ନିବୃତ୍ତ ରହିବା ଜରୁରୀ। କ୍ଷୀର ଅଧିକ ପିଇଲେ କିଛି ଲୋକଙ୍କୁ ଲିଭର ଫୁଲିବା ଭଳି ସମସ୍ୟା ହୋଇଥାଏ ଏବଂ ଫାଇବ୍ରାଇଡସ୍ ଭଳି ସମସ୍ୟା ମଧ୍ୟ ହୋଇଥାଏ। ଏଭଳି ସମସ୍ୟା ଥିବା ବ୍ୟକ୍ତି ଯଦି କ୍ଷୀର ପିଅନ୍ତି ତେବେ ତାଙ୍କ ସମସ୍ୟା ଗମ୍ଭୀର ହୋଇପାରେ।
ଫ୍ୟାଟି ଲିଭର (Fatty Liver)
ଫ୍ୟାଟି ଲିଭର ଭଳି ସମସ୍ୟା ଦେଇ ଆପଣ ଯଦି ଗତି କରୁଛନ୍ତି । ତେବେ କ୍ଷୀରଠାରୁ ଦୂରରେ ରୁହନ୍ତୁ। ଆଉ ପାଣି ପିଅନ୍ତୁ। କାରଣ ଏଭଳି ସମସ୍ୟା ଥିବା ଲୋକେ କ୍ଷୀରକୁ ସହଜରେ ହଜମ କରିପାରିନଥାନ୍ତି । ଫେଟି ଲିଭର ଭଳି ସମସ୍ୟା ଥିବା ଲୋକଙ୍କୁ ପ୍ରୋଟିମ୍ ବହୁତ ସୀମିତ ମାତ୍ରାରେ ନେବାକୁ ଡାକ୍ତର ପରାମର୍ଶ ଦିଆଯାଇଥାଏ। ଆଉ କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ। ଏଭଳି ସ୍ଥିତିରେ ଦୁଗ୍ଧ ପିଇଲେ ହଜମ, ଏସିଡିଟି, ଗ୍ୟାସ୍, ଅଳସ, ଥକାପଣ, ଓଜନ ବଢ଼ିବା କିମ୍ବା କମିବା ଭଳି ସମସ୍ୟା ଦେଖାଦେଇପାରେ।
Also Read: ଲେମ୍ବୁ ପାଇଁ କୃଷିମନ୍ତ୍ରୀ ହଟହଟା! ବିଧାନସଭାରେ କାହିଁକି ଦେଲେ ଏମିତି ତଥ୍ୟ?
ଗ୍ୟାସ୍ ସମସ୍ୟା (Gas)
କ୍ଷୀରରେ ଲାକ୍ଟୋଜ୍ (Lactose) ରହିଥାଏ, ଯାହା କେବେ କେବେ ହଜମ କରିବା ଶକ୍ତିକୁ ଖରାପ କରିପାରେ। ଏହି କାରଣରୁ ଅଧିକ କ୍ଷୀର ପିଇଲେ କାହାକୁ କାହାକୁ ଡାଇରିଆ, ବ୍ଲୋଟିଙ୍ଗ (Bloating) କିମ୍ବା ଗ୍ୟାସ୍ ସମସ୍ୟା ହୋଇପାରେ। ଗ୍ୟାସ୍ ସମସ୍ୟା ଥିବା ଲୋକଙ୍କୁ କ୍ଷୀର ଠାରୁ ଦୂରରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ଆଲର୍ଜି (Allergies)
କିଛି ଲୋକଙ୍କୁ କ୍ଷୀରରୁ ଆଲର୍ଜି ବି ହୋଇଥାଏ। ଆଉ ଏହାର କାରଣ ଲାକ୍ଟୋଜ୍ ହୋଇପାରେ। ଏଭଳି ସ୍ଥିତିରେ ଶରୀରରେ ଇମ୍ୟୁନ୍ ସିଷ୍ଟମକୁ ପ୍ରଭାବିତ କରିପାରେ। ଯେଉଁଥିଯୋଗୁଁ ଚର୍ମରେ କୁଣ୍ଡିଆ, ଚର୍ମ ନାଲି ପଡିବା ସହ ନିଶ୍ୱସ ନେବାରେ କଷ୍ଟ କିମ୍ବା ଶରୀର ଫୁଲିବା ଭଳି ସମସ୍ୟା ହୋଇପାରେ। ଯଦି କାହାକୁ ଆଲର୍ଜି ଭଳି ସମସ୍ୟା ରହିଛି, ସେମାନେ କ୍ଷୀର ପିଇବା ଉଚିତ ନୁହେଁ।
ଚର୍ମ ସମସ୍ୟା (Skin Problem)
ଅଧିକ ପରିମାଣ କ୍ଷୀର ପିଇବା ସ୍କିନ୍ ପ୍ରତି ଲାଭଦାୟକ ନୁହେଁ। ସ୍କିନରେ ରିବିରିବି ଭଳି ସମସ୍ୟା ବଢ଼ିଥାଏ। ଆଉ ତ୍ୱଚାରେ ବ୍ରଣ ବାହାରିପାରେ। ତେଣୁ ଜଗି ରଖି କ୍ଷୀର ସେବନ କରିବା ଜରୁରୀ।